ବିସ୍ତାରିତ ଲିଙ୍ଗଗତ ହିଂସା ଓ ବୈଷ୍ୟମ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତ ଯେତେବେଳେ ଦୃତଗତିରେ ଆଗକୁ ଯାଉଛି, ସେତେବେଳେ, ସେହି ପରିମାଣରେ ସମାଜରେ ମହିଳାମାନଙ୍କର ସାମାଜିକ ସ୍ଥିତି ଧୁରୋଧରେ କମିବାରେ ଲାଗିଛି । ମହିଳାମାନଙ୍କ ଉପରେ ହେଉଥିବା ହିଂସା ବା ନିର୍ଯ୍ୟାତନା ବି ବଢିବାରେ ଲାଗିଛି । ଘରୋଇ ହିଂସା, ଯୌନ ନିର୍ଯ୍ୟାତନା, କର୍ମକ୍ଷେତ୍ରରେ ଯୌନ ହିଂସା, ଦୁଷ୍କର୍ମ ଆଦି ଅନେକ ଘଟଣା ଏବେ ସାଧାରଣ କଥା ହୋଇଗଲାଣି । ଆଗରୁ ଲୋକଲଜ୍ୟା ଓ ଭୟରେ ମହିଳାମାନେ ଏସବୁକୁ କାହା ଆଗରେ କହୁନଥିଲେ, ଏବେ କିନ୍ତୁ ଏସବୁରେ ପରିବର୍ତ୍ତନ ଦେଖାଦେଲାଣି ଏବଂ ଅଧିକରୁ ଅଧୂଳ ଘଟଣା ଗଣମାଧ୍ୟମ ଦ୍ଵାରା ଲୋକଲୋଚନକୁ ଆସିଲାଣି । କିନ୍ତୁ ଏହି ସବୁ କାରଣ ପାଇଁ ଯେ ଜଣେ ମହିଳା ସମାଜରେ ତାର ସ୍ଥିତି ଜାନ୍ଦିର କରିପାରୁନି ତା ନୁହେଁ ବରଂ କେଉଁ ଅମଳରୁ ସମାଜରେ ପ୍ରଚଳିତ ବିଭିନ୍ନ କୁ - ଯଥା ହିଁ ଏଥିପାଇଁ ଦାୟୀ । କନ୍ୟା ଶିଶୁଟିଏ ଜନ୍ମ ହେବାପର ଠାରୁ ଭେଦଭାବ ଶିକାର ହୁଏ, ତାର ପରିସ୍ଥିତି, ଜୀବନଶୈଳୀ ସବୁଅରେ ପୁଅମାନଙ୍କ ଠାରୁ ତାକୁ ଭିନ୍ନ କରିଦିଆଯାଏ । ବିଭିନ୍ନ ସାମାଜିକ ବାଛନ୍ଦ ଦ୍ଵାରା ବାଳକା ବାଳିକା, ପୁତ୍ରା କନ୍ୟା, ପୁରୁଷାସ୍ତ୍ରୀ ଭାବରେ ଭିନ୍ନତା ସୃଷ୍ଟି କରାଯାଏ । ଯୌତୁକ ପ୍ରଥା, ବାଲ୍ୟବିବାହ, ମହିଳାଟିକୁ ଉଭୟ ଘର ଓ ବାହାରର ଦାୟିତ୍ଵ ନେବା, ଶିକ୍ଷାରୁ ବଞ୍ଚିତ, ଆର୍ଥିକ ସ୍ଵାବଲମ୍ବି ହେବାପାଇଁ ସୁଯୋଗ ନ ଦେବା ଓ କନ୍ୟାଭୂଣ ହତ୍ୟା ଏସବୁର ମୁଖ୍ୟ କାରଣ । ଯେଉଁଥିପାଇଁ ସମାଜରେ ଲିଙ୍ଗଗତ ବୈଷ୍ୟମତା ଭଳି ଏକ ବିରାଟ ସମସ୍ୟା ସୃଷ୍ଟି ହୋଇଛି । ବର୍ତ୍ତମାନ ଆମ ସମାଜରେ ଏହି ସବୁ ପ୍ରଭେଦ ଏତେ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ଯେ ଏହାକୁ ବନ୍ଦ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ହିଂସା ବିରୋଧ ଆଇନ ଗୁଡିକ ଦୃଢ କରିବା । ନିମନ୍ତେ ଏଥିରେ ପରିବର୍ତ୍ତନ ଅଣାଯାଉଛି । ମହିଳାମାନଙ୍କ ସୁରକ୍ଷା ନିମନ୍ତେ କେତୋଟି ନୂଆ ଆଇନ ଯଥା ପାରିବାରିକ ହିଂସା ସୁରକ୍ଷା ଆଇନ, ବାଲ୍ୟବିବାହ ଆଇନ, କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ଆଇନ ଭଳି ଅନେକ ଆଇନ ମହିଳାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି । ସରକାରୀ ସ୍ତରରେ ଏହି ଲିଙ୍ଗଗତ ବୈଷମ୍ୟତାକୁ ଦୂର କରିବା ପାଇଁ "ବେଟି ବଂଚାଅ ଓ ବେଟି ପଢାଅ" ପରି କାର୍ଯ୍ୟକ୍ରମ ଦ୍ଵାରା ପ୍ରଚେଷ୍ଟା ଜାରୀ ରହିଛି। ଏହି ପରି କାର୍ଯ୍ୟକ୍ରମ ଦ୍ଵାରା କନ୍ୟା ଶିଶୁର ସୁରକ୍ଷା ହେବା ସହ ଅଭିଭାବକ ମାନେ କିପରି ନିଜର କନ୍ୟା ଶିଶୁର ଅଧିକ ଜନ୍ମ ନେଇ ପାରିବେ ତାର ବ୍ୟବସ୍ଥା କରାଯାଇଛି । ଏତେ ସବୁ ଗୁରୁତ୍ଵପୁର୍ଣ୍ଣ ପଦକ୍ଷେପ ନିଆଯାଉଛି ସତ କିନ୍ତୁ ଏହାର କାର୍ଯ୍ୟକାରୀ ବହୁତ ମନୁଗରେ ଚାଲିଛି । ଯେ ପର୍ଯ୍ୟନ୍ତ ପୁରୁଷ ଏବଂ ବାଳକ ମାନଙ୍କୁ ଲିଙ୍ଗଗତ ବିଭେଦତା କାର୍ଯ୍ୟକ୍ରମରେ ସାମିଲ କରାନଯାଇଛି। ସେ ପର୍ଯ୍ୟନ୍ତ ଆମେ ସଫଳ ହେବାର ଆଶଙ୍କା ବହୁତ କମ । ବର୍ତ୍ତମାନ ସମୟ ଆସିଛି କନ୍ୟା ଓ ମହିଳାମାନଙ୍କ ସୁରକ୍ଷା ଏବଂ ଭେଦଭାବକୁ ଦୂର କରିବା କାର୍ଯ୍ୟକ୍ରମମାନଙ୍କରେ ପୁରୁଷମାନଙ୍କ ଭାଗିଦାଗି ତାକୁ ବୃଦ୍ଧି କରାଇବା ନିତ୍ୟାନ୍ତ ଆବଶ୍ୟକ । ପୁରୁଷ, ପୁରୁଷତ୍ତ୍ଵ ଓ ଜେଣ୍ଡର ଗୋଟିଏ ପକ୍ଷରେ ମହିଳାମାନଙ୍କ ସ୍ଥିତି, ମହିଳାଙ୍କ ସାମାଜିକ ଭେଦଭାବକୁ ଆଲୋଚନା କଲାବେଳେ ପନ୍ୟପକ୍ଷରେ ପୁରୁଷ ଓ ବାଳକ ଚିର ସାମାଜିକ ସ୍ଥିତି ଉପରେ ନଜର ଦେବା ଆବଶ୍ୟକ । ସମାଜରେ ପୁଅଟିକୁ ସର୍ବଦା ଅଧିକ ଯନ୍ ଓ ପୁଖା ସୁବିଧା ଦିଆଯାଏ । କଠିନ ପରିଶ୍ରମ କରି ସଫଳତାକୁ ଯେପରି ହେଉ ହାସଲ କରିବା ପାଇଁ ପୁଅଟିକୁ ଶିକ୍ଷା ଦିଆଯାଇଥାଏ । ତାକୁ ପିଲା ବେକୁ ଏହା ମଧ୍ୟ ଶିକ୍ଷା ଦିଆଯାଏ ଯେ, ତୁ ପୁଅ ପିଲା । ଝିଅ। ପିଲା ପରି କାନ୍ଦିବା ଉଚିତ ନୁହେଁ, କଣେଇ ସାଙ୍ଗରେ ଖୋଳିବା ବଦଳରେ ବନ୍ଧୁକରେ ଖୋଳିବା ଦରକାର , ରୋଷେଇ ଘରକୁ ଯାଥ ନାହିଁ କାରଣ ଏହା ପ୍ରାଲୋକଙ୍କର କାର୍ଯ୍ୟ । ସମାଜରେ ପୁଅଟି କେବଳ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରି ନିଜର ଗୁରୁତ୍ଵ ବଢାଏ ନାହିଁ ବରଂ ସେ କିପରି କଠିନ ହେବ, କଷ୍ଟ ସହ୍ୟ କରିବା, ରାଗିବ, ଶତ୍ରୁକୁ ପରାଜୟ କରିବା, ନୃଶଂସ ହେବ ଇତ୍ୟାଦି କଥା ତାକୁ ଶିକ୍ଷା ଦିଆଯାଇଥାଏ । ଏ ସବୁକୁ କରି ପରୋକ୍ଷରେ ନୀରବ ଭାବେ ଆମେ ପୁରୁଷ ପ୍ରଧ୍ୟାନ ସାମାଜିକ ବ୍ୟବସ୍ଥା ଯେଉଁଥରେ ପୁରୁଷ ହିଁ ସ୍ୱଦ୍ଧକାରୀ ବୋଲି ଜଣାଇ ଦେଉଥାଉ । ପୁରୁଷମାନଙ୍କ ସଫଳ ପାଇଁ ପ୍ରତିଯୋଗୀତାକୁ ଜଗତୀକରଣ ଓ ଆର୍ଥିକ କୋହଳ ନୀତି ଅଧିକ ଉତ୍ସାହିତ କରିଛି । କିନ୍ତୁ ଅପରପକ୍ଷରେ କିଛି ଉତ୍ତମ ସ୍ଥିତି ଏହା ଧ୍ଵଂସ କରିଛି । ପୁରୁଷଟି ନିଜର ଯନ୍ତ୍ରଣାକୁ ଜଣାଇବା, ନିଜ ଦୁଃଖ ବଖାଣିବା, କାହା ପୁରୁଷତ୍ଵର ପରିଚୟ ଦେବାପାଇଁ ସେ ନିଜର ଅଧିକାର କୁ ସର୍ବଦା ଜାନ୍ଦିର କରେ, ଅସହାୟ ୫ ବର୍ଷ ବୟସ ଶିଶୁ ଉପରେ କ୍ଷତି ଘଟାଇବାକୁ ପଛାଇନଥାଏ । ସେମାନେ ଭାବନ୍ତି ବୈବାହିକ ଦାମ୍ପତ୍ତୀ ସମ୍ପର୍କରେ ନିଜର ଅଧିକାର ଜାହିର କରିବା ଏବଂ ପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ସମ୍ପର୍କ ରଖିବା, ଯଦି ତାଙ୍କର ଭଉଣୀ କିମ୍ବା ଝିଅ ସେମାନଙ୍କ ଇଚ୍ଛା ହତ୍ୟା କରିବା ଇତ୍ୟାଦି ହେଉଛି ଜଣେ ସଫଳ ପୁରୁଷର ପରିଚୟ । ଏହି ତଥାକଥିତ ସଫଳ ପୁରୁଷମାନେ ନିଜର ସନ୍ତାନର ଲିଙ୍ଗ ଚିହ୍ନଟିକରଣ କରିବାକୁ ପତ୍ନୀଙ୍କୁ ବାଧ୍ୟ କରନ୍ତି ଏବଂ ପୁଣି ଗୋଟିଏ ସଫଳ ପୁରୁଷ ସୃଷ୍ଟି କରିବାପାଇଁ ସେ ସକ୍ଷମ ବୋଲି ଜାହିର କରନ୍ତି । ସବୁବେଳେ ପୁରୁଷଟିକୁ ସଫଳ କରାଇବାରେ ଆମ ସମାଜ ବ୍ୟବସ୍ଥା କରିଥିବା ବେଳେ ତା ମଧ୍ୟରେ ଅବା ସୃଜନଶୀଳତା, ସମ୍ବେଦନଶୀଳତା, ପରାଜୟକୁ ସ୍ଵୀକାର କରିବା ଗୁଣକୁ ଅଣଦେଖା କରାଯାଇଥାଏ । ସର୍ବସାଧାରଣ ସ୍ଥଳରେ ଯେପରି ଛକ, ସ୍କାଡିୟମ, କ୍ଳବ କିମ୍ବା ପାର୍ଲାମେଣ୍ଟ ସବୁଠି ପୁରୁଷମାନେ ନିଜ ଉପସ୍ଥିତିକୁ ଗର୍ବର ସହ ଯାହିର କରନ୍ତି। କିନ୍ତୁ ଅନ୍ୟ ପକ୍ଷରେ ବହୁତ କମ ଜାଗାରେ ପୁରୁଷମାନେ ନିଜର ଦୋଷ ସ୍ଵୀକାର କରିବାର ଦେଇଥାଏ । ପୁରୁଷମାନେ କେବେ କେମିତି କାହାର ଉପଦେଶ ଅନୁଯାୟୀ ନିଜକୁ ବଦଳାଇଥାନ୍ତି ତେବେ ତାହା ମଧ୍ୟ ତାଙ୍କର ଦୁର୍ବଳତା ବା ବିଫଳତା ବୋଲି ଧରାଯାଏ । ମା', ମାଉସୀ, ଉଭଣା, ପ୍ତା, ଝିଅ ମାନଙ୍କ ସହ ଏକ ଅର୍ଥପୁଷ୍ଟି, ସମ୍ମାନୀୟ, ଉତ୍ତମ ସମ୍ପର୍କ ପୁରୁଷମାନେ ରକ୍ଷା କରିବା ଆବଶ୍ୟକ । ସାମାଜିକ କୁ-ପ୍ରଥାର ପରିବର୍ତ୍ତନ ସହ ନୂତନ ମାନବିକ ସମ୍ପର୍କ ପ୍ରତିଷ୍ଠା ଯଦି ଆମେ ମହିଳାଙ୍କ ସମାଜିକ ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଚାହିଁବା ତେବେ କେବଳ ମହିଳାଙ୍କୁ ସାମିଲ କଲେ ଏହା କରିବା ସମ୍ଭବ ହେବନାହିଁ । ଯଦି ଆମେ ଲିଙ୍ଗଗତ ସମାନତାରେ ବିଶ୍ଵାସ କରୁଛୁ । ତେବେ ସମ୍ପୁର୍ଣ୍ଣ ସମାଜକୁ ଏହି କାର୍ଯ୍ୟରେ ନିୟୋଜିତ କରିବାକୁ ପଡିବ । ଆମକୁ ଏକଥା ଅନୁଭବ କରିବାକୁ ପଡିବ ଯେ ଯଦି ମହିଳାମାନେ ପରିବର୍ତ୍ତନ ହେବେ, ତେବେ ସେ ଅନୁଯାୟୀ ପୁରୁଷମାନେ ବି ପରିବର୍ତ୍ତନ ହେବା ଆବଶ୍ୟକ, ସେମାନେ ସବୁବେଳେ ସବୁ କଥାରେ ମହିଳାମାନଙ୍କ ଠାରୁ ଆଶା କରିବା ଉଚିତ ନୁହେଁ । ପୁରୁଷମାନେ ନୂତନ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ସହ ଏନ୍ଥି ନୂତନତାକୁ ଭଲ ପାଇବା ଦରକାର । ପରିବାର ମଧ୍ୟରେ ପୁରୁଷଟି ବିଭିନ୍ନ ସମ୍ପର୍କ ଯଥା ବାପା, ଭାଇ, ମାମୁଁ, ଦାଦା ଇତ୍ୟାଦି ଆଦି ପ୍ରତି ଗୁରୁତ୍ଵପୁର୍ଣ୍ଣ ଭୂମିକା ତୁଲାଇଥାନ୍ତି ସେହିପରି ସେମାନେ ସେମାନଙ୍କ ପରିବାର ମଧ୍ୟରେ ଅବା ଝିଅମାନେ ଯଥା ଭଉଣୀ, ଝିଅ, ଝିଆରିଙ୍କୁ ଆଗକୁ ବଢିବାର ପ୍ରେରଣା ଯୋଗାଇଦେବା ଉଚିତ । ଏହା ଦ୍ଵାରା ମହିଳାମାନେ ଶସକ୍ତ ହେବେ । ବର୍ତ୍ତମାନ ସମୟ ଆସିଛି ପୁରୁଷ ମାନେ ଲିଙ୍ଗଗତ ବିଭେଦ ତାକୁ ଦୂର କରି ସମାଜରେ ସମାନତ ଆଣିବାର ଚିନ୍ତାଧାରାରେ ସାମିଲ ହେବା ଦରକାର । ଯେତେବେଳେ ଜଣେ ପୁରୁଷ ମହିଳାଟି ଠାରୁ ଆଶା କରୁଥିବା କାମରେ ପରିବର୍ତ୍ତନ ଚାହୁଁଛି ଏ କ୍ଷେତ୍ରରେ ଜଣେ ପୁରୁଷ ପରିବର୍ତ୍ତନ ହେବାକୁ ପଢିବ । ଯେତେବେଳେ ଜଣେ ପୁରୁଷ ନିଜର ସଫଳତା, ବିଜୟ, ଶକ୍ତିକୁ ନିଜର "ଭଲ" ଓ ସଫଳତାର ମାପଦଣ୍ଡ କରିବ ନାହିଁ ସେତେବେଳେ ହିଁ ସେ ଜଣେ ସଫଳ ପୁରୁଷ ବୋଲି ନିଜକୁ ଭାବିପାରିବ । ଏହା ଦ୍ଵାରା ପୁରୁଷମାନେ ସମାଜରେ ଅଧିକ ସୁଯୋଗ ସୃଷ୍ଟି କରିପାରିବେ । ଏହା କେବଳ ଯେ ସମାଜରେ ହିଂସା ଓ ବିଭେଦତା ଦୂର କରିବ ତା ନୁହେଁ ବରଂ ଏହା ସମାଜରେ ଏକ ମାନବିକ ସମ୍ପର୍କରେ ଉନ୍ନତି ଆଣିପାରିବ । ଅଭିଯାନର ଉଦ୍ଦେଶ୍ୟ ସମାଜରେ ଲିଙ୍ଗଗତ ବୈଷମକୁ ନେଇ ପରିବାର, ଗୋଷ୍ଠୀ ଓ ସଂଗଠନରେ ପ୍ରଚଳିତ ସାମାଜିକ କୁ-ପ୍ରଥା ରେ ପରିବର୍ତ୍ତନ ଆଣିବା ପାଇଁ ପୁରୁଷ ଓ ବାଳକମାନଙ୍କୁ ଏହି ଅଭିଯାନରେ ସାମିଲ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅଭିଯାନ ଜରିଆରେ ପୁରୁଷ ଓ ବାଳକମାନେ ସରକାରଙ୍କ ଦ୍ଵାରା ପ୍ରଚଳିତ ବିଭିନ୍ନ ଆଇନ ଓ ନୀତିରେ ଲିଙ୍ଗଗତ ଅସମାନତା ଓ ତାହାକୁ କିପରି ରୋକା ଯାଇପାରିବ ସେ ସମ୍ବନ୍ଧରେ ଏକ ଦୃଢ ପଦକ୍ଷେପ ନୋଇପାରିବେ । ଏହାର ପ୍ରଚାର ପ୍ରସାର ପାଇଁ ସେମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ଆଦିରେ ଏହା କିପରି କାର୍ଯ୍ୟକାରୀ ହୋଇପାରିବ ସେଥି ନିମନ୍ତେ ଗୁରୁତ୍ଵ ଦେବାକୁ ପଡିବ । ତା ଛଡା ନିଜ ଘରେ ନିଜର ବାପା, ଭାଇ, ମାମୁଁ, ମଉସା ଆଦିଙ୍କୁ ତାଙ୍କ କାମରେ ସାହାଯ୍ୟ କରିବା ସହିତ ଝିଅମାନଙ୍କୁ ପାଠପଢିବା ପାଇଁ ଉତ୍ସାହିତ କରିବା ସହ କମ ବୟସରଙ୍କ ଝିଅମାନଙ୍କ ବିବାହ ପ୍ରଥାକୁ ରୋକିବା ଓ ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣ ଉପରେ ଧ୍ୟାନ ଦେବା ଉଚିତ । କଲେଜରେ ଝିଅମାନଙ୍କୁ କମେଣ୍ଟ ମାରିବା, ଯୌନ ଶୋଷଣ ଭଳି କାର୍ଯ୍ୟରୁ ନିବୃତ ରହି ବରଂ ସବୁ କ୍ଷେତ୍ରରେ ଝିଅମାନଙ୍କର ଭାଗିଦାରିତାକୁ ବୃଦ୍ଧି କରାଇବା ପାଇଁ ଚେଷ୍ଟା କରିବା । ଏହି ଅଭିଯାନ ଏକ ଜାତୀୟ ସ୍ତରୀୟ ଅଭିଯାନ । ଏଥିରେ ସେଚ୍ଛାସେବୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କର୍ପୋରେଟ କ୍ଷେତ୍ର, ଗଣ ମାଧ୍ୟମ ଆଦି ସମସ୍ତ କ୍ଷେତ୍ରର ପ୍ରତିନିଧିମାନଙ୍କୁ ସାମିଲ କରାଯିବ । ଏହା ଅତିକମରେ ୩ ବର୍ଷ ଧରି ଗୋଟିଏ ସ୍ଥାନରେ ଚାଲୁ ରହିବ । ୩ ବର୍ଷପରେ ଦେଖିବାକୁ ହେବ ଯେ ସେଠାରେ ଏହି ସମସ୍ୟାର କିଭଳି ପରିବର୍ତ୍ତନ ଦିଆଯାଇଛି । ନିମ୍ନରେ ଦିଆଯାଇଥିବା କେତେଗୋଟି ନିଦ୍ଧିଷ୍ଟ ଲିଙ୍ଗଗତ ସାମାଜିକ କୁ-ପ୍ରଥାକୁ ଅସ୍ଵାୟୀ ଭାବେ ଚିହ୍ନଟ କରାଯାଇଅଛି । ଏସବୁକୁ ଏହି ଅଭିଯାନ ମାଧ୍ୟମରେ ଗୁରୁତ୍ଵ ରୋପ କରାଯିବ। - କର୍ମକ୍ଷେତ୍ର ଏବଂ ସାର୍ବଜନୀନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା, ପାରିବାରିକ ହିଂସା ଶିକ୍ଷା କ୍ଷେତ୍ରରେ ପାତରଅନ୍ତର ଓ ଝିଅ ମାନଙ୍କର ଅଧାରୁ ପାଠପଢା ଛାଡିଦେବା । ଘର କାମରେ ପୁରୁଷ ଓ ବାଳକମାନଙ୍କର ଭାଗିଦାରିତା ବାହାରକୁ ଯିବାରେ ପୁଅ ଓ ଝିଅ ମଧ୍ୟରେ ପ୍ରତିବନ୍ଧକ କମ ବୟସରୁ ଝିଅ ମାନଙ୍କୁ ବିବାହ କରିଦେବା । ସମ୍ପତ୍ତିରେ ଝିଅମାନଙ୍କ ଅଧିକାର କମିଯାଉଥିବା ଝିଅ ସଂଖ୍ୟା ଅଭିଯାନ ମାଧ୍ୟମରେ ଆଶା କରାଯାଉଥିବା ପରିବର୍ତ୍ତନ:- କେତୋଟି ନିର୍ଦ୍ଦିଷ୍ଟ ପରିବେଶରରେ, ଯେଉଁଠାରେ ଏହି ଅଭିଯାନ ଆରମ୍ଭ କରାଯିବ, ସେଠାରେ ନିମ୍ନଲିଖତ ପରିବର୍ଟନର ଆଶା କରାଯିବ । ଗ୍ରାମାଞ୍ଚଳରେ ଘରୋଇ କାର୍ଯ୍ୟରେ ପୁରୁଷମାନଙ୍କ ଭାଗିଦାରିତ ପୁଅ ଓ ଝିଅମାନେ ଘରେ ହେଉ ଅଥିବା ସ୍କୁଲରେ ପରସ୍ପରକୁ ସାହାଯ୍ୟ କରୁଥିବେ, ଝିଅମାନେ ସାଇକେଲ ଚଲାଇ ଯିବା ଆସିବା କରୁଥିବେ । ଲୋକମାନେ ବାଲ୍ୟବିବାହ ପ୍ରଥାକୁ ବିରୋଧ କରିବା । ବିନା ଯୌତୁକରେ ବିବାହ କରିବା । ପାରିବାରିକ ହିଂସା ଏକ ଅପରାଧ ବୋଲି ଗଣିବା । କନ୍ୟା ସନ୍ତାନ ଜନ୍ମକୁ ପ୍ରୋସାହନ ଦେବା ମହିଳାମାନଙ୍କ ଆର୍ଥିକ ପ୍ରଗତି ବୃଦ୍ଧି କରାଇବା । ଗୋଷ୍ଠୀ ସ୍ତରରେ ଦଳ ଗଠନ କରାଯାଇ ଲିଙ୍ଗଗତ ସମାନତା ବୃଦ୍ଧି କରାଇବା । ସହରାଞ୍ଚଳ ଜୋର ଘରୋଇ କାର୍ଯ୍ୟରେ ପୁରୁଷମାନଙ୍କ ଭାଗିଦାରିତା । ମହିଳାମାନଙ୍କୁ ଆର୍ଥିକ ଉପାର୍ଜନ କରିବା ନିମନ୍ତେ ବାହରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିବା । ବିଭିନ୍ନ ବୃତ୍ତିଗତ ପେସାରେ ମହିଳାମାନଙ୍କ ନିଯୁକ୍ତିକୁ ଉତ୍ସାହିତ କରିବା । ସାର୍ବଜନୀନ ସ୍ଥାନରେ ମହିଳାଙ୍କ ସୁରକ୍ଷା ପାଇଁ ସଚେତନ ହେବା । ବାଲ୍ୟବିବାହ ପରି ସାମଜିକ ପ୍ରଥାକୁ ବିରୋଧ କରିବା। ବିନା ଯୌତୁକରେ ବିବାହ । ପାରିବାରିକ ହିଂସା ଏକ ଅପରାଧ ବୋଲି ଗଣିବା । କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହନ ଦେବା ମହିଳାମାନଙ୍କ ଆର୍ଥିକ ପ୍ରଗତି ବୃଦ୍ଧି କରାଇବା । ଗୋଷ୍ଠୀ ସ୍ତରରେ ଦଳ ଗଠନ କରାଯାଇ ଲିଙ୍ଗଗତ ସମାନତା ବୃଦ୍ଧି କରାଇବା । ଶିକ୍ଷାନୁଷ୍ଠାନ ଏବଂ କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ବିଷୟରେ ସଚେତନା ହେବା ଏବଂ ସଚେତନତା ସୃଷ୍ଟି କରିବା । ଶିକ୍ଷକ, ଛାତ୍ର, ଛାତ୍ରୀ ଏବଂ ସହକର୍ମୀ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବା ଛାତ୍ର ଏବଂ ଶିକ୍ଷକଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ପାଇଁ ବୁଝାମଣା ବୃଦ୍ଧି କରିବା । ଲିଙ୍ଗଗତ ସମାନତା କାର୍ଯ୍ୟ ଘରେ ଏବଂ ବାହାରେ ଅଭ୍ୟାସ କରିବା ଜରୁରୀ ବୋଲି ଛାତ୍ର ମାନେ ଅନୁଭବ କରିବା ଉଚିତ । ଲିଙ୍ଗଗତ ସମାନତା ଅଭିଯାନରେ ସାମିଲ ହୋଇ ଗୋଷ୍ଠୀ ସ୍ତରୀୟ କମିଟି ଗଠନ କରିବା । ସାର୍ବଜନୀନ ସୁଳରେ ମହିଳା ହିଂସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ସାର୍ବଜନୀନ ସ୍ଥଳ ମାନଙ୍କରେ ମହିଳା ହିଂସା ଏବଂ ଆଇନ ସମ୍ବନ୍ଧୀୟ ସୂଚନା ପ୍ରଦର୍ଶନ କରାଇବା । ଦଳ ଗଠନ କରି ମହିଳା ହିଂସା ଏବଂ ବିଭିନ୍ନ ନିର୍ଯ୍ୟାତନା ରୋକିବା ପାଇଁ ସଦାସର୍ବଦା ଚେଷ୍ଟିତ ହେବା ଜରୁରୀ । ଗ୍ରାମାଞ୍ଚଳର ଉଭୟ ପୁଅ ଓ ଝିଅ ପାଠପଢୁଥିବା ବିଦ୍ୟାଳୟରେ ଲୋକମାନଙ୍କ ସହଯୋଗ ଦ୍ଵାରା ଝିଅମାନଙ୍କ ପାଇଁ ଶୈଚାଳୟର ବ୍ୟବସ୍ଥା କରିବା । ଶିକ୍ଷକ ଏବଂ ଅଭିଭାବକ ମାନଙ୍କ ସହଯୋଗ ଦ୍ଵାରା ଅଧାରୁ ପାଠ ଛାଡ଼ୁଥିବା ଝିଅମାନଙ୍କୁ ପୁନଃ ପାଠ ପଢିବାକୁ ପ୍ରେସାହନ ଦେବା । ବିଦ୍ୟାଳୟରେ ହେଉ ଅବା ଶିକ୍ଷକ ଅଭିଭାବକ ବୈଠକରେ ପୁଅ ଏବଂ ଝିଅମାନଙ୍କ ସାମାଜିକ ସ୍ଥିତି ବିଷୟରେ ଆଲୋଚନା କରିବା ଝିଅମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଧକ ସୁଯୋଗ ଦେବା ବିଦ୍ୟାଳୟରେ ପଢୁଥିବା ପୁଅମାନଙ୍କ ମଧ୍ୟରେ ଅବା ଲିଙ୍ଗଗତ ଭେଦଭାବକୁ ଦୂର କରିବା । ବିଦ୍ୟାଳୟରୁ ହିଁ ଅଧିକରୁ ଅଧିକ ପରିବର୍ଜନକାରୀ ସୃଷ୍ଟି କରିବା । ସହାରାଞ୍ଚଳର ଉଭୟ ପୁଅ ଓ ଝିଅ ପାଠ ପଢୁଥିବା ବିଦ୍ୟାଳୟରେ ବିଦ୍ୟାଳୟରେ ହେଉ ଅବା ଶିକ୍ଷକ ଅଭିଭାବକ ବୈଠକରେ ପୁଅ ଏବଂ ଝିଅମାନଙ୍କ ସାମାଜିକ ସ୍ଥିତି ବିଷୟରେ ଆଲୋଚନା କରିବା । ଝିଅମାନଙ୍କୁ କ୍ରୀଡାରେ ଅଧିକ ସୁଯୋଗ ଦେବା ବିଦ୍ୟାଳୟରେ ପଢୁଥିବା ପୁଅମାନଙ୍କ ମଧ୍ୟରେ ଅବା ଲିଙ୍ଗଗତ ଭେଦଭାବକୁ ଦୂର କରିବା । ବ୍ୟକ୍ତିଗତ ସ୍ତରରେ ଏବଂ ପାରିବାରିକ ସୁରରେ ଅନେକ ପରିବର୍ତ୍ତନକାରୀ ସୃଷ୍ଟି କରିବା । ଲିଙ୍ଗଗତ ହିଂସା ଏବଂ ପାର୍ଥକ୍ୟ ପରି ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା । ଘରୋଇ କାର୍ଯ୍ୟରେ ପରୁଷମାନଙ୍କ ଭାଗିଦାରିତା ପରିବାରରେ ମହିଳାମାନଙ୍କ କାର୍ଯ୍ୟଭାଗକୁ ହ୍ରାସ କରିବା ଏବଂ ସମାନ ସୁଯୋଗ ପ୍ରଦାନ କରିବା ମହିଳା ହିଂସା ଏବଂ ଭେଦଭାବକୁ ଦୂରକରିବାକୁ ଜନସାଧାରଣକୁ ଆଗଭର ହେବା । ଅଭିଯାନର ରଣନୀତି :- ଏହି ଅଭିଯାନ ମାଧ୍ୟମରେ ଗଣମାଧ୍ୟମ ସହଯୋଗରେ ସମାଜରେ ଦେଖାଯାଉଥିବା ବିଭିନ୍ନ ଲିଙ୍ଗଗତ ପାର୍ଥକ୍ୟ ଏବଂ କେତେକ କୁସଂସ୍କାରକୁ ଲୋକଲୋଚନକୁ ଆଣି ପୁରୁଷମାନଙ୍କୁ ପରିବର୍ତ୍ତନର ବାହକ ରୂପେ ମିୟୋଜିତ କରିବା । ଏହି ପରିବର୍ତ୍ତନର ବାହକମାନେ ସମାଜରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ ଏବଂ ତାଙ୍କ ପରି ଅନେକ ପରିବର୍ତ୍ତନବାହାକାରୀ ନିର୍ମାଣ କରିବେ । ବିଭିନ୍ନ କାର୍ଯ୍ୟକ୍ରମଦ୍ଵାରା ଯଥା- ଚଳଚିତ୍ର ପ୍ରଦର୍ଶନ, ଆଲୋଚନା, ପ୍ରଥଯାନ୍ତ ନାଟକ ମାଧ୍ୟମରେ ଯୁବଗୋଷ୍ଠୀମାନଙ୍କୁ ସମାଜରେ ହେଉଥିବା ବିଭିନ୍ନ ହିଂସା ବିଷୟରେ ଅବଗତ କରାଯିବ । ହିଂସା ବିରୋଧରେ ସ୍ଵର ଉତ୍ତୋଳନ କରିବା ପାଇଁ ସମାନ ଚିନ୍ତାଧାରା ଲୋକମାନଙ୍କୁ ନେଇ ଦଳ ଗଠନ କରାଯିବ ଏବଂ ଗଣମାଧ୍ୟମ ସହଯୋଗ ଏମାନଙ୍କ ପ୍ରଚେଷ୍ଟା ଏବଂ ଚିନ୍ତାଧାରାକୁ ସମାଜ ଆଗକୁ ଅଣାଯିବ । ମୂଲ୍ୟବୋଧ :- ହିଂସାମୁକ୍ତ ସମାଜ, ମହିଳାମାନଙ୍କୁ ସମାନ ଅଧୁକାର ସମାନତା, ସମାନ ଅଧୁକାର ଏବଂ ଭେଦଭାବ ବିହୀନ ସମାଜ ପରିବର୍ତ୍ତନ ପଥେ, ଆଗେଇବା ଭେଦଭାବକୁ ଦୂର କରି ସମାନତା ପଥେ ଆଗେଇବା । ସ୍ଵଚ୍ଛତା ଓ ଉତ୍ତରାଦାୟିତ୍ଵ ସମାନ ଭାଗିଦାରିତା, ସହଯୋଗ ଏବଂ ଏକତା ଅଭିଯାନର କାର୍ଯ୍ୟକାରିତା :- ଫୋଗମ ଟୁ; ଏନଗେଜ ମେନ (ଫେମ୍) ଏକ ଜାତୀୟ ସ୍ତରୀୟ ନେଟୱାର୍କ ଯେଉଁଥରେ ଅନେକ ଅନୁଷ୍ଠାନ ଯେଉଁମାନେ ପୁରୁଷ ଓ ବାଳକମାନଙ୍କ ସହିତ ଲିଙ୍ଗଗତ ବୈଷମ୍ୟ ପାଇଁ କାମ କରୁଛନ୍ତି, ସେହି ସବୁ ସଂସ୍ଥା ଏହି ନେଟୱାର୍କର ଜଣେ ଜଣେ ସଭ୍ୟ । ବର୍ତ୍ତମାନ ଏହି ନେଟୱାର୍କର ସଭ୍ୟ ସଂଖ୍ୟା ୧୦୦ ଏବଂ ୧୫ଟି ରାଜ୍ୟର ଗ୍ରାମାଞ୍ଚଳ, ସହରାଞ୍ଚଳ, ସ୍କୁଲ ଓ କଲେଜରେ ପାଠପଢୁଥିବା ଯୁବଗୋଷ୍ଠୀ ସାମିଲ ଅଛନ୍ତି । ଏହି ସବୁ ଯୁବଗୋଷ୍ଠୀ ଏହି ଅଭିଯାନରରେ ସାମିଲ ହୋଇ ନିର୍ଦ୍ଦିଷ୍ଟ କେତୋଟି ସାମାଜିକ ଲିଙ୍ଗଗତ କୁ - ଯଥାକୁ ବିଭିନ୍ନ ସ୍ତରରେ ଚିହ୍ନଟ କରି ସମାଜରେ କିଛି ନୂଆ ପରିବର୍ତ୍ତନ ପାଣିବାରେ ସହଯୋଗ କରିବେ ବା ଆଗକୁ ନେବେ। ଏହି ଅଭିଯାନ ସମାଜର ସବୁପ୍ତରରେ ଗ୍ରାମ, ସହର, ଗୋଷ୍ଠୀ, ଶିକ୍ଷାନୁଷ୍ଠାନ ଇତ୍ୟାଦି ସବୁ ସ୍ଥାନରେ କାର୍ଯ୍ୟକ୍ଷମ ହେବ, ଯଦ୍ଵାରା ଏହି ଅଭିଯାନର ବାର୍ତ୍ତା ଏକ ଉତ୍ତମ ବାତାବାରଣ ସୃଷ୍ଟି କରିପାରିବ । ଅଭିଯାନର କାର୍ଯ୍ୟକ୍ରମ ଏହି ଅଭିଯାନ ଆଗକୁ ନେବା ପାଇଁ ନିମ୍ନଲିଖୁତ କାର୍ଯ୍ୟକ୍ରମମାନ ଚିହ୍ନଟ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟିକରିବା ଏବଂ ପରିବର୍ତ୍ତନକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଦ୍ଵାରା ଏହି ସବୁ କାର୍ଯ୍ୟକ୍ରମ ମାନ ପରିଚାଳନା କରିବା। ଗୋଷ୍ଟ୍ରସ୍ତରୀୟ - ପ୍ରଥଯାତ୍ର ନାଟକ, ବୈଠକ, ଚଳଚିତ୍ର ପରିବେଷଣ, ବିଭିନ୍ନ ପ୍ରତିଯୋଗିତା, ସୂଚନାଫଳକ, ଆଲୋଚନା ଇତ୍ୟାଦି । ସ୍କୁଲ ଏବଂ କଲେଜ ସ୍ତରରେ - ବିଭିନ୍ନ ପ୍ରତିଯୋଗିତା, ଖେଳ, ଚଳଚିତ୍ର ପରିବେଷଣ ଏବଂ ଆଲୋଚନା । ବିଭିନ୍ନ ଅଫିସ ବା କର୍ମକ୍ଷେତୁ - ଚଳଚିତ୍ର, ଘଟୁଥ୍ ବା ବିଭିନ୍ନ ଘଟଣା ସମ୍ବନ୍ଧରେ ଆଲୋଚନା ଓ ବିଷୟକୁ ନେଇ ପ୍ରତିଯୋଗିତା । ଗୋଷ୍ଠୀ ସ୍ତରରେ ଚିହ୍ନଟ କରାଯାଇଥିବା ପରିବର୍ତ୍ତନକାରୀଙ୍କୁ ନେଇ ଦଳ ଗଠନ ଓ ସେମାନଙ୍କ ପାଇଁ – ଦକ୍ଷତା ବୃଦ୍ଧି ନିମନ୍ତେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ଦଳଗତ କାର୍ଯ୍ୟକ୍ରମ-ସମାବେଶ, ପଦଯାତ୍ରା ବା ଧାରଣା ସଚେତନତା ରାଜ୍ୟ ଏବଂ ସହରସ୍ତରରେ କାର୍ଯ୍ୟକ୍ରମ - ସାଂସ୍କୃତିକ କାର୍ଯ୍ୟକ୍ରମ, ସମାବେଶ ଓ ଉସ୍ତବ ମନାଇବା ସାଧାରଣଲୋକଙ୍କ ଜାଣିବା ପାଇଁ ବିଜ୍ଞାପନ ଦେବା ଆଦି । ମିଳିତ ସମନ୍ଵୟରେ ହେବାକୁ ଥିବା କାର୍ଯ୍ୟକ୍ରମ - ଗଣମାଧ୍ୟମଙ୍କ ସହ ଆଲୋଚନା ଓ ପ୍ରେସ୍ ମିଟ । ସୋସିଆଲ ମିଡିଆ ଯଥା- ଫେସବୁକ, ଟୁଇଟର, ସ୍ଟାଟ୍ ପପ ଆଦିରେ ପରିବର୍ତ୍ତନକାରୀଙ୍କ ସହ ଯୋଗାଯୋଗ ରଥ୍ ବା। ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରକୃତବାର୍ତ୍ତା ପହଁଞ୍ଚାଇବା । ମିଳିତ ଭାବେ ହେବାକୁ ଥିବା କାର୍ଯ୍ୟକ୍ରମର ପ୍ରଣାଳୀ - ଏହି ଅଭିଯାନକୁ ଜାତୀୟ ସ୍ତରରେ ଗଠନ କରାଯିବ ମାତୁ। ଏହା ରାଜ୍ୟ ଏବଂ ସହର ଉପରେ ଅଧିକ ଗୁରୁତ୍ଵ ଦିଆଯିବ । ବିଭିନ୍ନ ସ୍ତରରେ ଏହାର କାର୍ଯ୍ୟ ଏବଂ ଦାୟିତ୍ଵ ସମ୍ବନ୍ଧୀୟ ସୂଚନା ନିମ୍ନରେ ପ୍ରଦତ୍ତ କରାଗଲା । ସ୍ତର କାହା ସହ କାର୍ଯ୍ୟ କରାଯିବ ସହଭାଗିତା ଦାୟିତ୍ଵ ଜାତୀୟ ଅଭିଯାନ ପରିଚାଳନା ଦଳ । ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ, ମହିଳା ସଂଘ, ଆର୍ଥିକ ପ୍ରଦାନକାରୀ ସଂସ୍ଥା ଓ ଦେଶ ଭିତରେ କାମ କରୁଥିବା ମିଳିତ ଜାତିସଂଘର ସଂସ୍ଥାମାନେ । ଅଭିଯାନର ସଫଳତା ପାଇଁ ଚିନ୍ତା କରିବା, ପରିଚାଳନା କରିବା, ଗଣ ମାଧ୍ୟମର ଭାଗିଦାରିତା, ଅଭିଯାନ ପାଇଁ ଆବଶ୍ୟକୀୟ ଉପକରଣର ପ୍ରସ୍ତୁତ କରିବା (ବିଜ୍ଞାପନ ପ୍ରଚାରପତ୍ର), ଅଭିଯାନରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବା । ରାଜ୍ୟ/ସହର ରାଜ୍ୟ ଏବଂ ସହରରେ ଥିବା ପରିଚାଳନା କମିଟି ସହଯୋଗୀ ସଂସ୍ଥା ରାଜ୍ୟ ଅନୁସାରେ କୌଶଳ ପ୍ରସ୍ତୁତି, କାର୍ଯ୍ୟ ପରିଚାଳନା, ଅଭିଯାନରେ ଅଧିକ ଲୋକଙ୍କୁ ସାମିଲ କରିବା, ଗଣ ମାଧ୍ୟମର ଭାଗିଦାରିତା, ମିଳିତ ଉଦ୍ୟମ କର୍ମକ୍ଷେତ୍ର, ସମାଜ, ଶିକ୍ଷାନୁଷ୍ଠାନ ବ୍ୟକ୍ତିଗତ ସହଯୋଗ ଅଭିଯାନରେ ସାମିଲ ଥିବା ଦଳ ଅଭିଯାନର କାର୍ଯ୍ୟକୁ ସୁଚାରୁ ଥିବା ପରିଚାଳନା, ବିଭିନ୍ନ, କାର୍ଯ୍ୟକ୍ରମ ଗଣ ମାଧ୍ୟମର ସହଯୋଗ ଅଭିଯାନର ସମ୍ବନ୍ଧୀୟ ପ୍ରଚାର ପ୍ରସାର : ଅଧିକ ବ୍ୟକ୍ତିଙ୍କୁ ସାମିଲ କରିବାର ପ୍ରୟାସ ଥୁଲା । ଏହି ଅଭିଯାନ ଦ୍ଵାରା ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ,ସରକାରୀ ତଥା ବେସରକାରୀ ସଂସ୍ଥା ସହ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରୟାସ କରିଥଲେ । ଏହା ଛଡା ଏହି ଅଭିଯାନର ସଦସ୍ୟମାନେ ରାହୁଲ ବୋଷଙ୍କ ପରି ବିଭିନ୍ନ ଚଳଚିତ୍ର କଳାକାରମାନଙ୍କ ସହାୟତା ନେଇ ଏହାକୁ ସୁଦୂର ପ୍ରଚାର ପ୍ରସାର କରିବାରେ ଚେଷ୍ଟିତ । ଏହି ଅଭିଯାନରେ ସହଯୋଗ କରୁଥିବା ସଂସ୍ଥା ମାନେ ହେଲେ :- ରାଜ୍ୟ ଏବ° ସହର ଶିକ୍ଷାନୁଷ୍ଠାନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦିଲ୍ଲୀ - ନୂଆ ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ଆମ୍ବେଡକର ୟୁନିଭରସିଟି ମିରାଣ୍ଡା ହାଉସ୍ ବି ଆର ଆମ୍ବେଡକର କଲେଜ ବ୍ରେକ୍ ଥ୍ରୁ ସିକ୍ୟୁନ୍ ଜାଗୋରୀ ମାନସ୍ ଫାଉଣ୍ଡେସନ ସିଏଫଏଆର ସିଙ୍ଗତ୍ ମହାରାଷ୍ଟ୍ର – ମୁମ୍ବାଇ, ପୁନେ ପୁନେ ବିଶ୍ଵବିଦ୍ୟାଳୟ ଅକ୍ଵସରା, ସମ୍ୟକ, ମାସୁମ, ହାଲୋ , ଅସ୍ତିତ୍ଵ, ପପ୍ୟୁଲେସନ ଫାଷ୍ଟ ପଶ୍ଚିମବଙ୍ଗ-କୋଲକାତା ଯାଦବପୁର ବିଶ୍ଵବିଦ୍ୟାଳୟ କଲ୍ୟାଣୀ ବିଶ୍ଵବିଦ୍ୟାଳୟ ସ୍ଵୟଂ, ପରିଚିତ, କୋଲକାତାରିସ୍ତା, ପ୍ରଜାକ, ଜୀବିକା, ଆଶା ୟୁପି-ଲକ୍ଷ୍ନୌ, ବାରାଣାସୀ କାଶୀ ବିଦ୍ୟାପୀଠ ଓ ଅନ୍ୟାନ୍ୟ କଲେଜ୍ ଲକ୍ଷ୍ନୋ ବିଶ୍ଵବିଦ୍ୟାଳୟ ଫୈଜବାଦ ବିଶ୍ଵବିଦ୍ୟାଳୟ ବରୈଲୀ ବିଶ୍ଵବିଦ୍ୟାଳୟ ସହଯୋଗ, ଗ୍ରାମୀଣ ପୁର୍ନିନିର୍ମାଣ ସଂସ୍ଥା, ତରୁଣ ଚେତନା ମଞ୍ଚ ମଧ୍ୟ ପ୍ରଦେଶ - ଭୋପାଲ ମେନ୍ ଆକନ୍ ଫର ଇକ୍ଵିଟି ଝାଡଖଣ୍ଡ ଫେମ୍ ଝାଡଖଣ୍ଡ, ସ୍ପାର୍କ ଓଡିଶା ଇଣ୍ଟିଚ୍ୟୁଟ୍ ଫର୍ ସୋସିଆଲ ଡେଭେଲପମେଣ୍ଟ, ଭୁବନେଶ୍ଵର ଆସାମ ଘରୋଆ, ନେନ୍ ହିମାଞ୍ଚଳ ପ୍ରଦେଶ ସୁତ୍ର ତାଲିମନାଡ଼ୁ ଏକତା ଉତ୍ତରାଖଣ୍ଡ ଲିମର୍ଶ, କୃମନ ବାଣୀ ଗୁଜୁରାଟ ସ୍ଵାତି, ସହଜ୍ ବାଙ୍ଗାଲୋର ବନ୍ଦନା ମହାଜନ ରାଜସ୍ଥାନ ମଞ୍ଜରୀ, ବିଶାଖା ଅଭିଯାନରେ ସୁବିଧା ସୁଯୋଗ:- ଏହି ଅଭିଯାନର ମାଧ୍ୟମରେ ଆଗାମୀ ୩ ବର୍ଷ ମଧ୍ୟରେ ୧୦ଟି କେନ୍ଦ୍ର ସ୍ଥାପନ କରାଯାଇ ତାର କାର୍ଯ୍ୟ ଆରମ୍ଭ କରାଯିବ । ପ୍ରତ୍ୟେକ କେନ୍ଦ୍ର ବିଭିନ୍ନ ସାମାଜିକ ସଂଗଠନକୁ ନେଇ ଗଠନ କରାଯିବ ଏବଂ ଏହି ସଂଗଠନ ଗୁଡିକ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଅବା ଗୋଷ୍ଠୀ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ କାର୍ଯ୍ୟକ୍ଷେତ୍ର ଏବଂ ସାର୍ବଜନୀନ ସ୍ଥଳମାନଙ୍କରେ କାର୍ଯ୍ୟରତ ହେବ । ଏହି କେନ୍ଦ୍ର ସହ, ୧୦୦ଟି ଗୋଷ୍ଠୀ ଯଥା ଗ୍ରାମ ଓ ସହରରେ ବାସ କରୁଥ୍ ବା ୩ ଲକ୍ଷ ଜନସାଧାରଣ ସାମିଲ ହେବେ । ୨୦ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଅବା ୨୦,୦୦୦ ଯୁବଗୋଷ୍ଠୀ ଏବଂ ସେମାନଙ୍କ ପରିବାର ୧୦ଟି ସାର୍ବଜନୀନ ସ୍ଥଳୀରେ ଅବା ୧୦,୦୦୦ ଜନସାଧାରଣ ୨୫ଟି କାର୍ଯ୍ୟସ୍ଥଳୀରେ କାର୍ଯ୍ୟରତ । ୨୫,୦୦୦ କର୍ମଚାରୀ ଏବଂ ସେମାନଙ୍କ ପରିବାର ଜଡିତ ରହିବେ । ଯାହାଦ୍ଵାରା ୫ ଲକ୍ଷ ଜନତା ଏବଂ ୧୦ ଲକ୍ଷ ପରିବାର ଏହି ୧୦ ଗୋଟି କେନ୍ଦ୍ର ସହ ଜଡିତ ହୋଇ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ବିଭିନ୍ନ ଗଣମାଧ୍ୟମ ସହଯୋଗରେ ଅଧିକରୁ ଅଧିକ ଜନସାଧାରଣମାନଙ୍କୁ ଏହି ଅଭିଯାନରେ ସାମିଲ କରାଯିବ । ଏହାଦ୍ଵାରା ଆଶା କରାଯାଉଅଛି ଯେ, ଏହି ୧୦ଟି କେନ୍ଦ୍ର ମାଧ୍ୟମରେ ୭୫୦୦ ରୁ ୧୦,୦୦୦ ପର୍ଯ୍ୟନ୍ତ ପୁରୁଷ ଲୋକ ମାନଙ୍କୁ ସିଧାସଳଖ ସାମିଲ କରାଯାଇପାରିବ ଯାହାଦ୍ଵାରା ସମସ୍ତଙ୍କ ସମ୍ମିଳିତ ପ୍ରୟାସ ଦ୍ଵାରା ସମାଜରେ ଅବା କୁସଂସ୍କାରରେ ପରିବର୍ତ୍ତନ ଆଣିବା ନିମନ୍ତେ ସହାୟକ ହୋଇପାରିବ । ଅଭିଯାନର ପରିଚାଳନା କମିଟି ଏହି ଅଭିଯାନକୁ ଆଗକୁ ନେବା ପାଇଁ ଜାତୀୟ ପ୍ରରେ ଏକ ପରିଚାଳନା କମିଟି ଗଠନ କରାଯାଇଛି । ସେହି କମିଟିରେ ନିମ୍ନୋକ୍ତ ବ୍ୟକ୍ତି ବିଶେଷମାନେ ଅଛନ୍ତି । କ୍ର.ନଂ ନାମ ସଂସ୍ଥାର ନାମ 1 ଅଭିଜିତ ଦାସ/ ସତୀଶ ସିଂ ସି.ଏଚ.ଏସ୍. ଜେ 2 ଅଭିଷେକ ଶ୍ରୀବାସ୍ତବ ଆଇ. ଟି.ଭି.ଏସ୍ 3 ଆଦିଲ୍ ଅଲ୍ଲୀ ସ୍ଵାଧୀନ ସ୍ଵେଚ୍ଛାସେବୀ 4 ଆନନ୍ଦ ପୱାର ସମୟକ୍ 5 ଅଞ୍ଚିତା ଘାଟକ ପରିଚିତ 6 ଅନୁରାଧା କପୁର ସ୍ଵୟଂ 7 ବିମଳା ଏକତା 8 ଯଶୋଧରା ଦାସ ଗୁପ୍ତା/ ପାଉଲ ଦାସ/ଶିଶିର ଚନ୍ଦ୍ର ସହଯୋଗ 9 କମଲା ଭାସିନ ସଙ୍ଗତ୍/ଓବିଆର୍ 10 ମାନକ। ମାତିଆନ ୱା.ପି ଫାଉଣ୍ଡେସନ 11 ନନ୍ଦିତା ସାହା ଅକ୍ଵାରା 12 ରାନୁ ଭୋଗାଲ ସ୍ଵାତୀ 13 ରାନୁ ଭୋଗାଲ ଅକ୍ଵାଫାମ 14 ରବି ବର୍ମା ଆଇ.ସି.ଆର.ଡବ୍ଲୁ 15 ନନ୍ଦିତା ସାହା ଅକ୍ଷରା 16 ରିଜୱାନ ଗାର୍ଲ୍ସ କାଉଣ୍ଟ 17 ସଂଜୟ ଶ୍ରୀବାସ୍ତବ ପ୍ରଫେସର ଜେ.ଏନ.ୟୁ 18 ସନ୍ତୋଷ ଦେଶାଇ ମିଡିଆ କନସଲଟାଣ୍ଟ 19 ସନ୍ତୋଷ ଗିରି କୋଲକାତା ରିସ୍ତା 20 ସୋନାଲି ଖାନ ବ୍ରେକ୍ ଥ୍ରୁ 21 ସନ୍ତୋଷ ସୁତ୍ର 22 ସୁନୀତା ଧିର/ଗାତା ନାମ୍ବିସନ୍ ଜାଗୋରୀ 23 ବନ୍ଦନା, ମହାଜନ ସ୍ଵାଧୀନ ସମାଜ ସେବୀ ଆଧାର – "ସେଣ୍ଟର ଫର ହେଲଥ ଆଣ୍ଡ ସୋସିଆଲ ଜଷ୍ଟିସ୍ ( ସି.ଏଚ୍.ଏସ୍. ଜେ.), ନୂଆ ଦିଲ୍ଲୀ 3" "ଇନଷ୍ଟିଚ୍ୟୁଟ୍ ଫର ସୋସିଆଲ ଡେଭେଲପମେଣ୍ଟ୍ (ଆଇ.ଏସ୍.ଡି), ଓଡିଶା"