ଉପକ୍ରମ ଶିଶୁର ସମସ୍ତ ଅଧିକାରକୁ ପଞ୍ଜିକୃତ କରି ତାହା କିପରି ସଠିକ ଭାବେ ପାଳିତ ହୋଇ ପାରିବ ତାକୁ ନିଶ୍ଚୟ କରିବା । କିଶୋର ନ୍ୟାୟ ଆଇନ ୨୦୦୦ ଓ ୨୦୦୬ କୁ କଡା କଡି ଭାବେ ପାଳନ କରାଯାଇଥିବା ଯୋଜନା ମାନଙ୍କର ସଠିକ ପରିଚାଳନା ଓ ପ୍ରଚଳନ କରିବା । ଏହି ସମନ୍ଵିତ ଯୋଜନାରେ ରାଜ୍ୟ ସ୍ତରୀୟ , ଜିଲ୍ଲା ସ୍ତରୀୟ,ବ୍ଲକ ଓ ପଞ୍ଚାୟତ ସ୍ତରକୁ ନିଯୋଜିତ କରା ଯାଇଛି ।ପ୍ରମୁଖ ଉଦ୍ଦେଶ୍ୟ ହେଲା କେନ୍ଦ୍ର, ରାଜ୍ୟ ଓ ସାଧାରଣ ଜନତାଙ୍କ ଭାଗୀଦାରୀ ମାଧ୍ୟମରେ ଶିଶୁ ଅଧିକାରକୁ ନିଶ୍ଚିତ କରାଇବା । ଫଳ ସ୍ୱରୂପ ରାଜ୍ୟରେ ସମସ୍ତ ଶିଶୁ ସୁରକ୍ଷିତ, ସୁସ୍ଥ ଓ ଶିକ୍ଷିତ ହୋଇ ପାରିବେ ଓ ଭବିଷ୍ୟତ ରେ ଜଣେ ଜଣେ ସୁନାଗରିକ ଭାବେ ପରିଗଣିତ ହେବେ । ଦେଶ ତଥା ରାଜ୍ୟର ସମସ୍ତ ଅବହେଳିତ, ବଞ୍ଚିତ, ଅବାଞ୍ଛିତ, ଲାଞ୍ଛିତ ଓ ଉପେକ୍ଷିତ ଶିଶୁମାନଙ୍କୁ ସେମାନଙ୍କର ନାର୍ଯ୍ୟ ଅଧିକାର ପ୍ରଦାନ କରିବା । ଏହି ଯୋଜନାଟି ସେହି ସମସ୍ତ ଶିଶୁ ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ କୌଣସି ବିପଦ ସଙ୍କୁଳ ପରିସ୍ଥିତିର ସମ୍ମୁଖୀନ ହୋଇଛି କୌଣସି କାରଣରୁ ନିର୍ଯାତିତ ଶୋଷଣର ଶିକାର ଶିକ୍ଷାରୁ ବଞ୍ଚିତ ଶିଶୁ ଚାଲାଣର ଶିକାର ଶିଶୁ ଶ୍ରମିକ ଭାବେ ନିଯୋଜିତ ଯୌନ ନିର୍ଯ୍ୟାତନାର ଶିକାର କୌଣସି ଘଟଣାଚକ୍ରରେ ପଡି ଆଇନ ଦୃଷ୍ଟିରେ ଅପରାଧ କୁହାଯାଉଥିବା କାର୍ଯ୍ୟକଳାପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସମ୍ପୃକ୍ତ କୌଣସି ଶାରୀରିକ ବା ମାନସିକ ଆଘାତର ଶିକାର ଇତ୍ୟାଦି ସମସ୍ତ ପ୍ରାଥମିକ ସେବା ବ୍ୟବସ୍ଥା କୁ ସୁଦୃଢ କରିବା କାର୍ଯନିର୍ବାହୀ ସଦସ୍ୟ ମାନଙ୍କର ଦକ୍ଷତା ବୃଦ୍ଧି କରିବା ସମସ୍ତ ପ୍ରକାରର ସୁବିଧା ସୁଯୋଗ ଓ ସେବା ଗ୍ରହୀତାଙ୍କର ଏକ ଡାଟାବେସ ପ୍ରସ୍ତୁତ କରିବା ପରିବାର ଓ ଗୋଷ୍ଠୀ ଭିତ୍ତିକ ଶିଶୁ ସୁରକ୍ଷା କୁ ପ୍ରୋତ୍ସାହିତ କରିବା ସମସ୍ତ ସରକାରୀ, ବେସରକାରୀ ସଂସ୍ଥା ମାନଙ୍କ ସହିତ ସମନ୍ଵୟ ରକ୍ଷା କରିବା ଶିଶୁ ଅଧିକାର ସୁରକ୍ଷା ବିଷୟରେ ଗଣ ସଚେତନା ସୃଷ୍ଟି କରିବା ଇତ୍ୟାଦି ଯୋଜନା ଅନ୍ତର୍ଗତ କେନ୍ଦ୍ରସ୍ତରୀୟ / ରାଜ୍ୟସ୍ତରୀୟ ବ୍ୟବସ୍ଥା କେନ୍ଦ୍ରୀୟ ଶିଶୁ ସୁରକ୍ଷା ୟୁନିଟ ଜାତୀୟ ଶିଶୁ ବିକାଶ ଓ ଜନସହଯୋଗ ସଂସ୍ଥାନ ଚାଇଲ୍ଡ ଲାଇନ ଇଣ୍ଡିଆ ଫାଉନ୍ଡେଶନ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ରାଜ୍ୟ ଶିଶୁ ସୁରକ୍ଷା ସମିତି ରାଜ୍ୟ ଶିଶୁ ସୁରକ୍ଷା କମିଟି ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ ରାଜ୍ୟ ଶିଶୁ ସୁରକ୍ଷା ସମିତି ରାଜ୍ୟ ଶିଶୁ ସୁରକ୍ଷା ସମିତି ରାଜ୍ୟସ୍ତରରେ “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା"କୁ ଉପଯୁକ୍ତ ତଥା ଫଳପ୍ରଦ କ୍ରିୟାଶିଳ କରିବା ପାଇଁ ଦାୟିତ୍ଵ ସଂପର୍ଣ୍ଣ । ଏହି ସମିତି ର ମୁଖ୍ୟ ରାଜ୍ୟ ସରକାରଙ୍କର ସମ୍ପୃକ୍ତ ସଚିବ, ଏବଂ ଏହା ଏକ ପଦଧିକାରୀ ଦଳଙ୍କ ସହାୟତାରେ ପରିଚାଳିତ । କେନ୍ଦ୍ରରୁ ଆସୁଥିବା ଯୋଜନା ଅନ୍ତର୍ଭୁକ୍ତ ଅର୍ଥ ରାଜ୍ୟକୁ ରାଜ୍ୟ ଶିଶୁ ସୁରକ୍ଷା ସମିତି ମାଧ୍ୟମରେ ଉପଲବ୍ଧ ହେବ । ଏହା ବିଶ୍ଵବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାକେନ୍ଦ୍ର ସହ ଯୋଗାଯୋଗ ସ୍ଥାପନ କରି “ଶିଶୁ ଅଧିକାର ଓ ସୁରକ୍ଷା” ଉପରେ ନୂତନ ଶିକ୍ଷାପ୍ରଣାଳୀ ପ୍ରସ୍ତୁତ କରି ଶିଶୁ ସମସ୍ୟା ଗୁଡିକ ସମାଧାନ କରିବ । ଶିଶୁ ଅଧିକାର ଉପରେ ପ୍ରଶିକ୍ଷଣ ବା ତାଲିମ ବିଷୟବସ୍ତୁ ପ୍ରସ୍ତୁତ କରି ସମସ୍ତ ଭାଗୀଦାରଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଦକ୍ଷ ପ୍ରଶିକ୍ଷକ ପ୍ରସ୍ତୁତ କରିବ । ରାଜ୍ୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ର ମୁଖ୍ୟ ଉଦ୍ଦେଶ୍ୟ ଦେଶ ଭିତର ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ତଥା ଦେଶ ବାହାର ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ନିୟନ୍ତ୍ରିତ କରିବା । ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମକୁ ପର୍ଯାଲୋଚନା, ସମାନ୍ଵୟ ଏବଂ ବିକାଶ କରିବା ସହିତ ରାଜ୍ୟ ପୋଷ୍ୟ ସନ୍ତାନ ଉପଦେଷ୍ଟା କମିଟି କୁ ସଚିବାଳୟ ସ୍ତରୀୟ ପ୍ରଶାସନିକ ସହାୟତା ଦେବା । ରାଜ୍ୟ ପୋଷ୍ୟ ସନ୍ତାନ ସଂବଳ କେନ୍ଦ୍ର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସଚିବଙ୍କ ଦ୍ଵାରା ପରିଚାଳିତ ହେବ ଏବଂ ୪ ରୁ ୫ ଜଣିଆ ଏକ ଦଳ କାର୍ଯ୍ୟ କରିବାରେ ସହାୟତା କରିବେ । ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ୍ ରାଜ୍ୟରେ “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା” ଅନ୍ତର୍ଗତ ଯୋଜନା ର ସୁନିଶ୍ଚିତ କ୍ରିଯାଶୀଳ କାର୍ଯ୍ୟନ୍ଵୟନ କରିବା ତଥା ସିଧାସଳଖ କେନ୍ଦ୍ର ପ୍ରକଳ୍ପ ସମର୍ଥନ ୟୁନିଟ କୁ ବିବ୍ରୁତି ଦେବା ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ ରାଜ୍ୟରେ ଯୋଜନାର ପ୍ରାକ୍ କାର୍ଯ୍ୟନ୍ଵୟନ ସମୟରେ କାର୍ଯ୍ୟ କରିବା । ରାଜ୍ୟ ପ୍ରକଳ୍ପ ସମର୍ଥନ ୟୁନିଟ ସମ୍ପୃକ୍ତ ରାଜ୍ୟ ସରକାର ସଚିବଙ୍କ ଦ୍ଵାରା ପରିଚାଳିତ ହେବ ଏବଂ ୭ ଜଣିଆ ଏକ ଦଳ କାର୍ଯ୍ୟ କରିବାରେ ସହାୟତା କରିବେ । “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା” ଅନ୍ତର୍ଗତ ରାଜ୍ୟରେ ଦରକାରୀ ସଂସ୍ଥାପନ ପ୍ରସ୍ତୁତ କରିବାରେ ସୁବିଧା କରିବା । ପ୍ରଶିକ୍ଷଣ ଓ ତାଲିମ ଦେବା ତଥା କ୍ଷମତାର ବିକାଶ କରିବା । “ସମନ୍ଵିତ ଶିଶୁ ସୁରକ୍ଷା ଯୋଜନା” ର କାର୍ଯ୍ୟନ୍ଵୟନ, ପର୍ଯ୍ୟାଲୋଚନା ଓ ମୂଲ୍ୟାୟନ କରିବା । ଯୋଜନା ଅନ୍ତର୍ଭୁକ୍ତ ବ୍ୟବସ୍ଥା ସମୂହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପ୍ରତି ଜିଲ୍ଲା ସ୍ତରରେ ଶିଶୁ ମଙ୍ଗଳ କମିଟି ପ୍ରତି ଜିଲ୍ଲା ସ୍ତରରେ କିଶୋର ନ୍ୟାୟ ବୋର୍ଡ ଜିଲ୍ଲା ସ୍ତରରେ ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍ ପ୍ରାୟୋଜକ ଓ ଅଣ ଅନୁଷ୍ଠାନିକ ଆଶ୍ରୟ ବ୍ୟବସ୍ଥା ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ପଞ୍ଚାୟତ ସମିତି ସ୍ତରୀୟ ଶିଶୁ ସୁରକ୍ଷା କମିଟି ପଞ୍ଚାୟତ ସମିତି ଅଧ୍ୟକ୍ଷ –ସଭାପତି ଗୋଷ୍ଠୀ ଉନ୍ନୟନ ଅଧିକାରୀ-ସଦସ୍ୟ ସଚିବ ଜିଲ୍ଲା ଶିଶୁ ସୁରକ୍ଷା କମିଟି ର ସଦସ୍ୟ –ସଦସ୍ୟ ସମନ୍ଵିତ ଶିଶୁ ବିକାଶ ଯୋଜନାର ପ୍ରତିନିଧି-ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ-ସଦସ୍ୟ ଶିକ୍ଷା ବିଭାଗ ପ୍ରତିନିଧି-ସଦସ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି-ସ୍ୱାସ୍ଥ୍ୟ ଅଧିକାରୀ –ସଦସ୍ୟା ପଞ୍ଚାୟତ ସ୍ତରୀୟ ଶିଶୁ ବିକାଶ କମିଟି ଗୁଡିକର ଅଧ୍ୟକ୍ଷ ସମୂହ-ସଦସ୍ୟ ସାମାଜିକ ମାନ୍ୟତା ପ୍ରାପ୍ତ ଗୋଷ୍ଠୀର ସଦସ୍ୟ ନାଗରିକ ସମାଜର ପ୍ରତିନିଧି ସରପଞ୍ଚ –ସଭାପତି ଜିଲ୍ଲା ଶିଶୁ ସୁରକ୍ଷା କମିଟି ପ୍ରତିନିଧି ଅଙ୍ଗନୱାଡି କର୍ମୀ –ସଦସ୍ୟ ବିଦ୍ୟାଳୟ ଶିକ୍ଷକ –ସଦସ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀ ସମ୍ମାନନୀୟ ବ୍ୟକ୍ତି –ସଦସ୍ୟ (୨ଜଣ ) ଶିଶୁ ପ୍ରତିନିଧି-ସଦସ୍ୟ (୨ ଜଣ) ନାଗରିକ ସମାଜର ପ୍ରତିନିଧି-ସଦସ୍ୟ (୨ ଜଣ ) ଶିଶୁ ଉପସ୍ଥାପନା କରିବା ପଦ୍ଧତି ଉଦ୍ଧାର କରାଯାଇଥିବା ଶିଶୁ ବା ପାଇଥିବା ଶିଶୁ ପୋଲିସ /ଚାଇଲ୍ଡ ଲାଇନ /ସମାଜସେବକ / ଶିଶୁ ଯତ୍ନ ସଂସ୍ଥା /ତୃଣମୂଳ କର୍ମୀ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଥଇଥାନ ବ୍ୟାବସ୍ଥା ପିତାମାତା / ନିକଟ ସମ୍ପର୍କୀୟ / ଶିଶୁ ଯତ୍ନ ଅନୁଷ୍ଠାନ ।ଆଇନ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡିତ ଶିଶୁ ପୋଲିସ / ସାମାଜିକ କର୍ମୀ / ତୃଣମୂଳ କର୍ମୀ ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ଥଇଥାନ ବ୍ୟବସ୍ଥା/ ଜାମିନ୍/ପର୍ଯବେକ୍ଷକ ଆବାସ । ଶିଶୁ ମାନଙ୍କୁ ସୁରକ୍ଷା ପ୍ରଦାନ ତଥା ସେମାନଙ୍କୁ ଶୋଷଣ, ନିର୍ଯ୍ୟାତନା ଓ ଅବହେଳାରୁ ଦୂରେଇ ରଖିବା ପାଇଁ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ । ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଦ୍ଵାରା ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୮ ବର୍ଷରୁ କମ ବୟସର ଶିଶୁ ମାନଙ୍କର ସୁରକ୍ଷା ନିମନ୍ତେ ଏହି ଯୋଜନାଟି କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଅନ୍ତର୍ଗତ ବ୍ୟବସ୍ଥା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ, ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ, ଆଇନ ସହ ସମ୍ପର୍କରେ ଥିବା ଶିଶୁ ତଥା ଅସୁରକ୍ଷିତ ବା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ ମାନଙ୍କ ପାଇଁ ଯତ୍ନ ଏବଂ ସୁରକ୍ଷା ବ୍ୟବସ୍ଥା : - ଆନୁଷ୍ଠାନିକ ଯତ୍ନ ଇଓ ପ୍ରତିପାଳନ ବ୍ୟବସ୍ଥା ପାରିବାରିକ ଭିତିକ ଅଣ-ଆନୁଷ୍ଠାନିକ ଯତ୍ନ କୁ ପ୍ରୋତ୍ସାହନ ନିରାପଦ ମୁକ୍ତ-ଆଶ୍ରୟ ସ୍ଥଳୀ ଆବଶ୍ୟକ ସ୍ଥଳେ ଶିଶୁମାନଙ୍କୁ ପୃଷ୍ଟପୋଷକତା/ ଆର୍ଥିକ ସହାୟତା ବ୍ୟବସ୍ଥା ପୋଷ୍ୟ ସନ୍ତାନ ଗ୍ରହଣ ବ୍ୟବସ୍ଥାର ସୁପରିଚାଳନା ଚାଇଲ୍ଡ ଲାଇନ ଦ୍ଵାରା ଜରୁରୀକାଳିନ ସେବା ବ୍ୟବସ୍ଥା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ବାସସ୍ଥାନ କିମ୍ବା କୌଣସି ସ୍ଥାୟୀ ଆଶ୍ରୟସ୍ଥଳୀ ନ ଥିବା ଏବଂ ବଞ୍ଚିବା ପାଇଁ କୌଣସି ପନ୍ଥା ନ ଥିବା ଶିଶୁ ଭିକ୍ଷାବୃତିରେ କିମ୍ବା ଶିଶୁଶ୍ରମରେ ଲିପ୍ତ ଥିବା ଶିଶୁ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ସହ ବାସ କରୁଥିବା ଶିଶୁ କୌଣସି ସେବା ଓ ଯତ୍ନ ପାଉ ନ ଥିବା ଶାରୀରିକ ବା ମାନସିକ ଭିନ୍ନକ୍ଷମ ଶିଶୁ କୌଣସି ସେବା ଓ ଯତ୍ନ ପାଉ ନ ଥିବା ଅସୁସ୍ଥ, ଦୂରାରୋଗ୍ୟ ବ୍ୟାଧି ବା କୌଣସି ମାରାତ୍ମକ ରୋଗରେ ପୀଡିତ ଥିବା ଶିଶୁ ଭରଣ ପୋଷଣ କିମ୍ବା ଯତ୍ନ ନେବାରେ ଅସମର୍ଥ ଥିବା ଜନ୍ମଦାତା କିମ୍ବା ଅଭିଭାବକ ସହ ରହୁଥିବା ଶିଶୁ ପିତାମାତାଙ୍କ ଦ୍ଵାରା ପରିତ୍ୟକ୍ତ ଏବଂ ନିରୁଦିଷ୍ଟ ଶିଶୁ ଯୌନ ଶୋଷଣ ବା ଉତ୍ପୀଡନ ର ଶିକାର ହେଉଥିବା କିମ୍ବା ଅପବ୍ୟବହୃତ ହେବାର ସମ୍ଭାବନା ଥିବା ଶିଶୁ ବେନିୟମ ମୁନଫା କାରବାରରେ ଅପବ୍ୟବହୃତ ଶିଶୁ କିମ୍ବା ଅପବ୍ୟବହୃତ ହେବାର ସମ୍ଭାବନା ଥିବା ଶିଶୁ ସଶସ୍ତ୍ର ସଂଘର୍ଷ, ଜଣ ଉତ୍ତେଜନା ବା ପ୍ରକୃତିକ ବିପର୍ଯ୍ୟୟର ଶିକାର ଶିଶୁ ଏହି ଭଳି ଶିଶୁଟିଏ ଆପଣଙ୍କ ସମ୍ପର୍କରେ ଆସିଲେ ତୁରନ୍ତ ନିମ୍ନ ଅନୁଷ୍ଠାନ ମାନଙ୍କ ସହ ଯୋଗାଯୋଗ କରନ୍ତୁ- ଜିଲ୍ଲା ଶିଶୁ ମଙ୍ଗଳ କମିଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନିକଟସ୍ଥ ଥାନା ଆଇନ ସହ ଦ୍ଵନ୍ଦ ରେ ଥିବା ଶିଶୁ (କିଶୋର/କିଶୋରୀ): ୧୮ ବର୍ଷରୁ କମ୍ ଶିଶୁଟିଏ ଯେ ଏଭଳି କାର୍ଯ୍ୟରେ ଲିପ୍ତ, ଯାହା ଆଇନ ଦୃଷ୍ଟି ଅପରାଧ କିମ୍ବା ଆଇନ ବିରୋଧୀ ଏହିଭଳି ଶିଶୁଟିଏ ଆପଣଙ୍କ ସମ୍ପର୍କରେ ଆସିଲେ ତୁରନ୍ତ ନିମ୍ନ ଅନୁଷ୍ଠାନ ମାନଙ୍କ ସହ ଯୋଗାଯୋଗ କରନ୍ତୁ । ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ନିକଟସ୍ଥ ଥାନା ଅଧାର - ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାର