ଯୋଜନା ଉଦ୍ଦେଶ୍ୟ ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତଜାତିକ ମହିଳା ଦିବସ ଅବସରରେ ମିଶନ ଶକ୍ତି ନାମରେ ଏକ କାର୍ଯ୍ୟକ୍ରମ ପ୍ରଚାଳନ କରାଗଲା । ମହିଳା ସ୍ଵୟଂ ସହୟିକା ଦଳ ମାନଙ୍କୁ ସଂଗଠିତ କରିବା ଉଦ୍ଦେଶ୍ୟ ଥିଲା । ସଞ୍ଚୟ ଏବଂ ଋଣ ପ୍ରଦାନ ଦ୍ଵାରା ଓଡିଶାରେ ମହିଳାମାନଙ୍କର ସଶକ୍ତିକରଣ ଉପରେ ଏହି ସ୍ଵୟଂ ସହାୟକ ମିଶନ ବିଶ୍ଵାସ କରେ । ଅନ୍ୟ ଉଦ୍ଦେଶ୍ୟ ସବୁ ହେଲା :- ସ୍ଵୟଂ ସହାୟକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା । ଓଡିଶାରେ ସ୍ଵୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନକୁ ପ୍ରସାର କରିବା । ରାଜ୍ୟରେ ସ୍ଵୟଂ ସହାୟକ ଦଳଗୁଡିକର ବିକାଶ ଓ ଗୁଣାତ୍ଜକ ମାନ ବୃଦ୍ଧି କରିବା । ବ୍ଲକ ସ୍ତରରେ ସମଜାତୀୟ ଦଳ ଗଢିବା ଏବଂ ସେହି ଗୋଷ୍ଠୀଗୁଡିକୁ ଜିଲ୍ଲା ସ୍ତରରେ ଏକତ୍ରୀକରଣ କରିବା । ରାଜ୍ୟ ସ୍ଵୟଂ ସହାୟତା ଦଳକୁ ଗୋଷ୍ଠୀ ସ୍ତରରୁ ଠିକ୍ ଭାବରେ ତଦାରଖ କରିବାର ବ୍ୟବସ୍ଥାକୁ ବିକଶିତ କରିବା । ପ୍ରତ୍ୟେକ ସ୍ତରରେ ସୂଚନା ପରିଚାଳନା କରିବାର ବ୍ୟବସ୍ଥା ପ୍ରତିଷ୍ଠା କରିବା । ପ୍ରତି ଅଞ୍ଚଳରେ ସଂସ୍ଥାମାନଙ୍କୁ ଚିହ୍ନଟ କରି ସ୍ଵୟଂ ସହାୟକ ଦଳଗୁଡିକୁ ସୁଦୃଢ କରିବା ଏବଂ ସେମାନେ ଯେପରି ସ୍ଵୟଂ ସହାୟକ ମିଶନକୁ ଆଶାନୁରୂପ ଫଳ ପ୍ରଦାନ କରିବେ ସେମାନଙ୍କୁ ଉତ୍ତରଦାୟୀ କରିବା । ଗଠନ ପ୍ରଣାଳୀ ସାଧାରଣତଃ ରାଜ୍ୟ ସ୍ତରରେ ଗୋଟିଏ ଷ୍ଟିଅରିଂ କମିଟି ଥାଏ । ତା ତଳକୁ ଜିଲ୍ଲାସ୍ତରରେ ପରାମର୍ଶ କମିଟି ଓ ବ୍ଲକ ସ୍ତରରେ ପରାମର୍ଶ କମିଟି ଥାଏ । ସବା ତଳ ସ୍ତରରେ ସ୍ଵୟଂ ସହାୟିକା ଦଳମାନେ କାମ କରିଥାନ୍ତି । କାର୍ଯ୍ୟ ରୂପରେଖ ଜିଲ୍ଲାସ୍ତରୀୟ ପରାମର୍ଶ କମିଟିର କାର୍ଯ୍ୟ ଜିଲ୍ଲା ସଂଗଠନ ମିଶନ ଶକ୍ତିର ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥାକୁ ଏସ୍.ଜି.ଏସ୍.ଵାଇ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵୟଂ ସହାୟକ ଦଳକୁ ବିକାଶ କରାଯାଏ । ଜିଲ୍ଲାସ୍ତରୀୟ ତାଲିମଦାତ୍ରୀମାନଙ୍କ ପାଇଁ ସାଧାରଣ ପାଣ୍ଠି ସୃଷ୍ଟି କରିବା । ମିଶନ ଶକ୍ତିର ଲକ୍ଷ୍ୟକୁ ଗୁଣାତ୍ଜକ ଏବଂ ପରିମାଣ ଦୃଷ୍ଟିରୁ ସଫଳତା ହାସଲ କରିବା ପାଇଁ ଲକ୍ଷ୍ୟ ରଖିବା । ବ୍ଲକ ସ୍ତରୀୟ ପରାମର୍ଶ କମିଟିର କାର୍ଯ୍ୟ ତୃଣମୂଳ ସ୍ତରରେ ଏବଂ ସୃଦୃଢ ସ୍ଵୟଂ ସହାୟକ ଦଳ ସୃଷ୍ଟି କରିବା । ସ୍ଵୟଂ ସହାୟକ ଗୋଷ୍ଠୀଗୁଡିକୁ ଧିରେ ଧିରେ ସ୍ଵୟଂଚଳିତ କରିବା ନିମନ୍ତେ ପରିଚାଳନା ବ୍ୟବସ୍ଥା କରିବା । ସ୍ଵୟଂ ସହାୟକ ଦଳ ସ୍ଵୟଂ ସହାୟକ ଦଳଗୁଡିକୁ ଦରିଦ୍ର ପରିବାରର ଲୋକମାନଙ୍କର ଏକ ସ୍ଵଚ୍ଛାକୃତ ଅନୁଷ୍ଠାନ ଅଟେ । ଯେଉଁମାନେ କି ସେମାନଙ୍କର ସାମାଜିକ ଅର୍ଥନୈତିକ ଅବସ୍ଥାକୁ ଉନ୍ନତି କରିବା ପାଇଁ ଆସିଥାନ୍ତି । ସ୍ଵୟଂ ସହାୟକ ଦଳ ଏକ ଅନୌପଚାରିକ ଦଳ ଯିଏକି ସ୍ଵୟଂ ସହାୟତା , ପାରସ୍ପରିକ ବୁଝାମଣା ଏବଂ ସହଯୋଗ ମଧ୍ୟରେ କାର୍ଯ୍ୟ ପରିଚାଳନା କରିଥାନ୍ତି । ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ